ପୁଣି ଘଟିଲା ଟ୍ରେନ୍ ଦୁର୍ଘଟଣା । ୟୁପି

ପୁଣି ଘଟିଲା ଟ୍ରେନ୍ ଦୁର୍ଘଟଣା । ୟୁପି

ଉତ୍ତରପ୍ରଦେଶରେ ଟ୍ରେନ୍ ଲାଇନଚ୍ୟୁତ: ୪ ଯାତ୍ରୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ଗୋଣ୍ଡାରେ ଚଣ୍ଡିଗଡ଼ ଡିବ୍ରୁଗଡ଼ ଏକ୍ସପ୍ରେସ୍ ଟ୍ରେନ୍ର ଅନେକ ବଗି ଲାଇନଚ୍ୟୁତ ହେବାଫଳରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି।
ଉତ୍ତରପ୍ରଦେଶର ଗୋଣ୍ଡା ଓ ଝିଲାହି ମଝିରେ ଅବସ୍ଥିତ ପିକାଉରାରେ ଏହି ଘଟଣା ଘଟିଛି।
ଘଟଣାସ୍ଥଳକୁ ରିଲିଫ କାର୍ଯ୍ୟ ପାଇଁ ଉଦ୍ଧାରକାରୀ ଦଳ ପଠାଯାଇଥିଲା।
ଟ୍ରେନଟି ଚଣ୍ଡିଗଡ଼ରୁ ଆସାମର ଡିବ୍ରୁଗଡ଼ ଅଭିମୁଖେ ଯାଉଥିଲା।
ଘଟଣାସ୍ଥଳରେ ୧୫ଟି ଆମ୍ବୁଲାନ୍ସ ସହ ୪୦ ଜଣିଆ ଡାକ୍ତରୀ ଦଳ ପହଞ୍ଚିଥିବା ବେଳେ ଅଧିକ ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି।
ରେଳ ଯାତ୍ରୀଙ୍କ ସହାୟତା ପାଇଁ ଉତ୍ତର ପୂର୍ବ ରେଳବାଇ ହେଲ୍ପଲାଇନ ନମ୍ବର ଜାରି କରିଛି।
ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଥିବା ବେଳେ ୪ଟି ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଟିମ୍ ମୁତୟନ ହୋଇଛନ୍ତି।

ଉତ୍ତର ପୂର୍ବ ରେଳବାଇ ଜାରି କରିଛି ହେଲ୍ପଲାଇନ ନମ୍ବର:

ବାଣିଜ୍ୟିକ ନିୟନ୍ତ୍ରଣ: 9957555984
ଫୁରକାଟିଂ (ଏଫ୍ କେଜି): 9957555966
ମାରିଆନି (ଏମଏକ୍ସଏନ): 6001882410
ସିମଲଗୁଡ଼ି (ଏସଏଲଜିଆର୍): 8789543798
ତିନସୁକିଆ (ଏନ୍ଟିଏସକେ): 9957555959
ଡିବ୍ରୁଗଡ଼ (ଡିବିଆର୍ଜି): 9957555960
ଲକ୍ଷ୍ନୌ (8957409292) ଏବଂ

ଗୋଣ୍ଡା (8957400965)ରେ ମଧ୍ୟ ହେଲ୍ପଲାଇନ୍ ଖୋଲାଯାଇଛି।

ଦୟାକରି ଆମ ଚ୍ୟାନେଲ୍ କୁ ଲାଇକ୍,  ସବ୍ସ୍କ୍ରାଇବ୍  ସେୟାର କରନ୍ତୁ ।
ମନ୍ତବ୍ୟ ଦିଅନ୍ତୁ।
ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *